କ୍ରିକେଟରେ ସ୍ୱର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତର ପୁରୁଷ କ୍ରିକେଟ ଟିମ୍ ଏସିଆନ ଗେମ୍ସ ୨୦୨୩ରେ ସ୍ୱର୍ଣ୍ଣ ପଦକ ଜିତିଛି । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା । କିନ୍ତୁ ଭାରତ ରାଙ୍କିଂରେ ଆଫଗାନିସ୍ତାନଠାରୁ ଆଗୁଆ ଥିବାରୁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି ।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ୧୮.୨ ଓଭରରେ ୫ ୱିକେଟ ହରାଇ ୧୧୨ ରନ୍ ହାସଲ କରିଥିଲା । କିନ୍ତୁ ବର୍ଷା ଯୋଗୁ ମ୍ୟାଚ ରୋକାଯାଇଥିଲା ।