ସହିଦ ସରୋଜଙ୍କୁ ବିମାନବନ୍ଦରରେ ଗାର୍ଡ ଅଫ ଅନର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସିକ୍କିମ ବନ୍ୟାରେ ସହିଦ ଓଡ଼ିଆ ବୀର ସରୋଜ ଦାସଙ୍କୁ ଭୁବନେଶ୍ୱର ଏୟାରପୋର୍ଟରେ ଗାର୍ଡ ଅଫ ଅନର ଦିଆଯାଇଛି । ସେଠାରେ ସହିଦ ସରୋଜଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପରେ ଶୋଭାଯାତ୍ରାରେ ସରୋଜଙ୍କ ଜନ୍ମଭୂମି କାମାକ୍ଷାନଗର କେନ୍ଦୁଢ଼ିପ ଗାଁକୁ ଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ।