ଚୀନକୁ ତା’ ଭାଷାରେ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ସେନା ଗଲୱାନ ଘାଟିରେ ଚୀନକୁ କଡ଼ା ଜବାବ ଦେଇଛି। ନୂଆ ବର୍ଷ ଅବସରରେ ଭାରତୀୟ ସେନା ପକ୍ଷରୁୠଲୱାନ ଘାଟିରେ ତ୍ରିରଙ୍ଗା ଉଡ଼ାଇବାର ଫଟୋ ସାମ୍ନାକୁ ଆସିଛି। ଉକ୍ତ ଫଟୋରେ ପ୍ରାୟ ୩୦ଜଣ ଯବାନ ତ୍ରିରଙ୍ଗା ସହ ନଜର ଆସୁଛନ୍ତି। ଗୋଟିଏ ପତାକା ଭାରତର ଆଉଟପୋଷ୍ଟରେ ଉଡ଼ୁଥିବାବେଳେ ଅନ୍ୟ ଏକ ପତାକା ସୈନିକଙ୍କ ହାତରେ ଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଚୀନ ସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା। ଉକ୍ତ ଭିଡିଓରେ ଗଲୱାନର ନିଜ କ୍ଷେତ୍ରରେ ଜାତୀୟ ପତାକା ଉଡ଼ାଇବା ସହ ସଙ୍ଗୀତ ଗାଉଥିଲେ। ଆଉ ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ମଧ୍ୟ ଫଟୋ ଜାରି କରିଛି।