ଦିଲ୍ଲୀରେ ଦିନକରେ ୫,୪୮୧ ନୂଆ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ଲଗାତାର ଭାବେ ବଢି଼ବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୫,୪୮୧ ନୂଆ ମାମଲା ସାମ୍ନାକୁ ଆସିଛି। ଆଉ ସଂକ୍ରମଣ ଦର ୮.୩୭ ପ୍ରତିଶତ ବଢ଼ିଯାଇଛି। ଅନ୍ୟପଟେ ୧,୫୭୫ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ଲକ୍ଷ ୬୩ହଜାର ୭୦୧ ହୋଇଥିବାବେଳେ ୧୪ଲକ୍ଷ ୨୩ହଜାର ୬୯୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୫ହଜାର ୧୧୩ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪ହଜାର ୮୮୯ଜଣ ଚିକିତ୍ସିତ ହେଉଛନ୍ତି।