ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିଲା ଭାରତୀୟ ସେନା, ଜଣେ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଭାରତୀୟ ସେନା କଡ଼ା ନଜର ରଖିଛି । ଇତିମଧ୍ୟରେ ଜମ୍ମୁ-କଶ୍ମୀରର କୁପବାଡ଼ା କର୍କ ତଙ୍ଗଧାର ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟାକୁ ଭାରତୀୟ ସେନା ବିଫଳ କରିଦେଇଛି । ହେଲେ ଅପରେସନ ଏବେ ବି ଜାରି ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ସମୟରେ ସେନାର ଯବାନ ଫାୟରିଂ କରିଥିଲେ । ଆଉ ପରିଣାମସ୍ୱରୂପ ଜଣେ ଆତଙ୍କବାଦୀ ନିହତ ହୋଇଛି । ଗତ କିଛି ମାସ ହେବ ଅନୁପ୍ରବେଶ ଉପରେ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଯାଇଛି । ଅନ୍ୟପଟେ ଆତଙ୍କବାଦୀମାନେ ଯେତେଥର ବି ଚେଷ୍ଟା କରିଛନ୍ତି ତାହାକୁ ବିଫଳ କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି ।