ମହିଳା ଅଧିକାରୀଙ୍କୁ ନିର୍ଯାତନା, ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସେନାରେ କାର୍ଯ୍ୟରତ ଜନୈକା ମହିଳା ଅଧିକାରୀଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ମିଳିବା ପରେ ଆଜି ଏହି ନିର୍ଯାତନା ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ, ମଙ୍ଗଳବାର ଦିନ ପଞ୍ଜାବର ଏକ ସାମରିକ ଷ୍ଟେସନରେ ଜଣେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ଭାରତୀୟ ସେନା ଆଜି ଏହି ତଦନ୍ତ ନିର୍ଦ୍ଦେଶ ଦେଇଛି।

ସେନାର ଦକ୍ଷିଣ-ପଶ୍ଚିମ କମାଣ୍ଡର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପଯୁକ୍ତ ପ୍ରକ୍ରିୟା ଅନୁଯାୟୀ ଏବେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି। ଏକ ସୂତ୍ରରୁ ପ୍ରକାଶ, ପଞ୍ଜାବର ଏକ ସାମରିକ ଷ୍ଟେସନରେ କାର୍ଯ୍ୟରତ ଜନୈକା ମହିଳା ଅଧିକାରୀଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲ।

ମହିଳା ସୈନିକଙ୍କ ଉପରେ ଯୌନ ଉତ୍ପୀଡନକୁ ରୋକିବା ପାଇଁ ସଂସଦ ତଥା ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନରେ ତାଲିକାଭୁକ୍ତ ନିର୍ଦ୍ଦେଶାବଳୀ ଦ୍ୱାରା ନିର୍ଦ୍ଦେଶିତ ଉପଯୁକ୍ତ ପ୍ରକ୍ରିୟା ଅନୁଯାୟୀ ଅନୁସନ୍ଧାନ ଚାଲିଥିବା ଏହି ସୂତ୍ରରୁ ପ୍ରକାଶ।