ଦିଲ୍ଲୀରେ ମମିତା ନିଆଁ, ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଆ ନିବାସ ଆଗରେ ବିକ୍ଷୋଭ

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି ମମିତା ମେହେର ହତ୍ୟାକାଣ୍ଡ ମାମଲା। ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀର୍ଘ ମାସେ ହେଲା ବିରୋଧି ରାଜ ରାସ୍ତାକୁ ଓହ୍ଲାଇଥିବା ବେଳେ ରାଜ୍ୟ ରାଜନୀତି ଏବେ ମମିତା ନିଆଁରେ ଉଷ୍ମ ରହିଛି।

ବର୍ତ୍ତମାନ ଦିଲ୍ଲୀରେ ଦେଖିବାକୁ ମିଳିଛି ମମିତା ନିଆଁ। ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କରି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିବା ସହିତ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ଦିଲ୍ଲୀ ଓଡ଼ିଆ ନିବାସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ।

ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ରାଜ୍ୟରେ ମଧ୍ୟ କଂଗ୍ରେସ ଏହି ମାମଲାକୁ ନେଇ ବାରମ୍ବାର ଅଭିଯୋଗ କରିଆସୁଛି।

ହେଲେ ଏହି ମାମଲାରେ ଚୁପ୍ ରହିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଏବେ ମମିତା ନିଆଁ ବ୍ୟାପିବାରେ ଲାଗିଛି।