ଆଜିଠୁ ଭାରତ-ଜିମ୍ବାୱେ ଦିକିକିଆ ମୁକାବିଲା, କେଏଲ୍ ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ହରାରେ,ଏଜେନ୍ସି: ଆଜିଠାରୁ ଭାରତ-ଜିମ୍ବାୱେ ଦିନକିଆ ଶୃଙ୍ଖଳା ଆରମ୍ଭ ହେବ । ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଭାରତୀୟ ସମୟ ଅନୁସାରେ ଦିନ ୧୨ଟା ୪୫ରୁ ଏହି ମ୍ୟାଚ ଆରମ୍ଭ ହୋଇଯିବ । ହରାରେସ୍ଥିତ ହରାରେ ସ୍ପୋଟ୍‌ର୍ସ କ୍ଲବରେ ଏହି ମୁକାବିଲା ହେବ । ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଟିମ୍ ଅତିଥି ଟିମ୍‌କୁ ଟକ୍କର ଦେବା ପାଇଁ ପୂରାପୁରି ପ୍ରସ୍ତୁତ ହୋଇଛି । ସୂଚନାଯୋଗ୍ୟ ଶୃଙ୍ଖଳାର ପରବର୍ତ୍ତୀ ମ୍ୟାଚ ୨୦ ଓ ୨୨ ତାରିଖରେ ଖେଳାଯିବ ।

ଯୁବ କ୍ରିକେଟର କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଏସିଆ କପକୁ ଦୃଷ୍ଟିରେ ରଖି ଭାରତର ବରିଷ୍ଠ ଖେଳାଳିମାନଙ୍କୁ ଏହି ଶୃଙ୍ଖଳାରୁ ବାଦ ଦିଆଯାଇଛି । ଜିମ୍ବାୱେ ବିପକ୍ଷରେ ଯୁବ ପ୍ରତିଭାମାନଙ୍କୁ ଅଧିକ ସୁଯୋଗ ମିଳିଛି ।

ଭାରତୀୟ ଟିମ: କେଏଲ ରାହୁଲ (ଅଧିନାୟକ) ଶିଖର ଧୱନ, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଦୀପକ ହୁଦା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଆଭେସ ଖାନ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଶହବାଜ ଅହମଦ, ଦୀପକ ଚାହର, ଈଶାନ କିଶନ, ପ୍ରସିଦ୍ଧ କୃଷ୍ଣା ଓ ଋତୁରାଜ ଗାଏକ୍ୱାର୍ଡ