ଶେଷ ମ୍ୟାଚ୍ ଟାଇ: ୧-୦ରେ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ଟାଇ ହୋଇଯାଇଛି । ଫଳରେ ୧-୦ରେ ଭାରତ ସିରିଜ ନିଜ ନାଁରେ କରିନେଇଛି । ଆଜିର ମ୍ୟାଚରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଟିମ୍ ୧୯. ୪ ଓଭରରେ ସମସ୍ତ ୱିକେଟ ହରାଇ ୧୬୦ ରନ୍ ହାସଲ କରିଥିଲା । ଏହାର ଜବାବରେ ପଡ଼ିଆକୁ ଓହ୍ଲାଇଥିବା ଭାରତୀ ଟିମ୍ ୯ ଓଭରରେ ୭୫ ରନ୍ ହାସଲ କରି ୪ଟି ୱିକେଟ ହରାଇଥିଲା । ଆଉ ଏହି ସମୟରେ ବର୍ଷା ହୋଇଥିଲା । ଡକଓର୍ଥ ଲୁଇସ ନିୟମାନୁସାରେ ଭାରତକୁ ୯ ଓଭରରେ ୭୫ ରନ୍ ହାସଲ କରିବାର ଥିଲା । କିନ୍ତୁ ମ୍ୟାଚ ରୋକିବା ସମୟରେ ଭାରତ ୭୫ ରନ୍ କରିଥିବାରୁ ଟାଇ ରହିଥିଲା ।

ସୂଚନାଯୋଗ୍ୟ, ଏହି ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିବା । ଆଉ ଦ୍ୱିତୀୟ ମ୍ୟାଚ୍ ଭାରତ ୬୫ ରନରେ ଜିତି ନେଇଥିଲା ।