ଏଏସଓ ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ହୋଇଛି : ଓପିଏସସି ଅଧ୍ୟକ୍ଷ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଏଏସଓ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମୁହଁ ଖୋଲିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଏଏସଓ ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ହୋଇଛି । ଫାଇନାଲ ରେଜଲ୍ଟ ପରେ ମାର୍କସିଟ ଓ ଆନ୍ସର କି’ ଅପଲୋଡ କରିବୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୬ ନିୟମାନୁସାରେ ଅପଲୋଡ ହେବ । ଚଳିତ ପରୀକ୍ଷାରେ ବିଭିନ୍ନ ବର୍ଗ ପାଇଁ ସର୍ବନିମ୍ନ ଯୋଗ୍ୟତା ମାର୍କ ରଖିଥିଲୁ । ସାଧାରଣ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ଓ ଏସଇବିସି, ଏସସି ଓ ଏସଟିଙ୍କ ପାଇଁ ୩୦ ପ୍ରତିଶତ ରଖିଥିଲୁ । ଯଦି କେହି ଭାବୁଥିବେ ଭଲ କରିଥିଲୁ କିନ୍ତୁ କ୍ୱାଲିଫାୟ କ’ଣ ପାଇଁ କଲୁନି? ତେବେ କହି ରଖୁଛି କୌଣସି ଏକ ବିଷୟରେ ସର୍ବନିମ୍ନ ମାର୍କ ରଖିନଥିଲେ ସିଲେକ୍ଟ ହୋଇନଥିବେ । ଫାଇନାଲ ରେଜଲ୍ଟ ବାହାରିବା ପରେ ମାର୍କ ଦେଖି ଅଭିଯୋଗ କରିପାରିବେ । ଯଦି ତାଙ୍କ ଅଭିଯୋଗରେ ସତ୍ୟତା ଥିବ ତେବେ ସଂଶୋଧନ କରାଯିବ । ଅନିୟମିତତା ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ।