ସ୍ୱର୍ଣ୍ଣ ବିଜେତା ଶରତ ଓ ନିଖତ ହେବେ ଭାରତର ଧ୍ୱଜାବାହକ

ବର୍ମିଂଘମ: ବିଶ୍ୱ ବକ୍ସିଂ ବିଜେତା ନିଖତ ଜରିନ ଏବଂ ଟେବୁଲ ଟେନିସ ତାରକା ଶରତ କମଲ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦଯାପନୀ ସମାରୋହରେ ଭାରତର ଧ୍ୱଜାବାହକ ହେବେ । ନିଖତ ବକ୍ସିଂ ୱିମେନ୍ସ ଲାଇଟଫ୍ଲାୟ ବର୍ଗରେ ଆୟରଲାଣ୍ଡର କାର୍ଲ ମ୍ୟାକନାଉଲଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅନ୍ୟପଟେ ୪୦ ବର୍ଷୀୟ ଶରତ କମଲ ୪ଟି ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଶରତ ଏକାକି ବର୍ଗରେ ସ୍ୱର୍ଣ୍ଣ, ପୁରୁଷ ଯୁଗଳ ବର୍ଗରେ ରୌପ୍ୟ, ପୁରୁଷ ଓ ମିଶ୍ରିତ ଟିମରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦଯାପନୀ ସମାରୋହ ବର୍ମିଂଘମର ଆଲେକଜେଣ୍ଡର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହା ଭାରତୀୟ ସମୟ ରାତି ୧୨ଟା ୩୦ ମିନିଟରେ ଆରମ୍ଭ ହେବ । ଏଥିରେ ଅନେକ ଅନୁଭବୀ କଳାକାର ପ୍ରଦର୍ଶନ କରିବେ ।