ଜାତିସଂଘ ସୁରକ୍ଷା ପରିଷଦରେ ଆଜିଠାରୁ ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦେବ ଭାରତ

ୱାଶିଂଟନ,ଏଜେନ୍ସି: ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତି ଭାରତର ସ୍ଥାୟୀ ପ୍ରତିନିଧି ଭାବେ କହିଛନ୍ତି ଯେ ବହୁପକ୍ଷୀୟବାଦ ଉପରେ ମଧ୍ୟ ଭାରତ ଗୁରୁତ୍ୱ ଦେବ।

ସୂଚନାଯୋଗ୍ୟ ଯେ, ଆଜିଠୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦେବ। ୟୁଏନଏସସିରେ ୫ ସ୍ଥାୟୀ ସଦସ୍ୟ ଏବଂ ୧୦ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଅସ୍ଥାୟୀ ସଦସ୍ୟ ଭାବରେ ଅଷ୍ଟମ ଥର ପାଇଁ ୟୁଏନଏସସିରେ ଭାରତ ସ୍ଥାନ ପାଇଛି।