ଫାଇଜର୍ ଟିକାର ଜରୁରୀକାଳୀନ ବ୍ୟବହାରକୁ ହୁ’ର ଅନୁମୋଦନ

ସ୍ୱିଜରଲ୍ୟାଣ୍ଡ,ଏଜେନ୍ସି: ଫାଇଜର୍ ଓ ବାୟୋଏନଟେକର କରୋନା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଜରୁରୀକାଳୀନ ବ୍ୟବହାର ନେଇ ଅନୁମୋଦନ ମିଳିଛି। ମଞ୍ଜୁରି ଦେବା ପରେ ହୁ’ ସାରା ଦୁନିଆରେ ତା’ର ଆଞ୍ଚଳିକ କାର୍ଯ୍ୟାଳୟ ଜରିଆରେ ସେଠାକାର ଦେଶଗୁଡ଼ିକୁ ଟିକାର ଲାଭ ସମ୍ବନ୍ଧରେ ଅବଗତ କରାଇବ। ଅନ୍ୟପକ୍ଷରେ ଭାରତରେ ଅକ୍ସଫୋର୍ଡର କରୋନା ଟିକାକୁ ମଞ୍ଜୁରି ମିଳିବା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ।

ହୁ’ ଗରିବ ଦେଶଗୁଡ଼ିକରେ ଯଥାଶୀଘ୍ର ଟିକା ପହଞ୍ଚାଇବା ପାଇଁ ଏମରଜେନ୍ସି ୟୁଜ୍ ଲିଷ୍ଟିଙ୍ଗ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି। ଫାଇଜର ଟିକାର ସମୀକ୍ଷା କରିବା ପରେ ହୁ’ କହିଛି, ଏଥିରେ ସୁରକ୍ଷା ଓ ସାମର୍ଥ୍ୟ ପାଇଁ ଆବଶ୍ୟକ ମାନଦଣ୍ଡ ମିଳିବା ଦରକାର। ଫାଇଜର୍-ବାୟୋଏନଟେକ୍ ଟିକାକୁ ଆମେରିକା, ବ୍ରିଟେନ୍, ୟୁରୋପିଆନ୍ ସଂଘ ସମେତ ଅନେକ ଦେଶ ବହୁ ଆଗରୁ ମଞ୍ଜୁରି ଦେଇସାରିଛନ୍ତି। ଫାଇଜରର କରୋନା ଟିକାକୁ ପ୍ରଥମେ ବ୍ରିଟେନରେ ଏମରଜେନ୍ସି ବ୍ୟବହାର ପାଇଁ ମଞ୍ଜୁରି ମିଳିଥିଲା।