ଟି-ଟ୍ୱୋଣ୍ଟି ୱାର୍ଲ୍ଡକପରେ ଭାରତ ଓ ପାକିସ୍ତାନ ମ୍ୟାଚ ରଚିଲା ଇତିହାସ

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱୋଣ୍ଟି ୱାର୍ଲ୍ଡକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ସୁପର ୧୨ ମ୍ୟାଚ୍ ଖେଳା ଯାଇଥିଲା। ଉକ୍ତ ମ୍ୟାଚରେ ପାକିସ୍ତାନ ଭଲ ପ୍ରଦର୍ଶନ ବଳରେ ୧୦ ୱିକେଟରେ ଜିତିଥିଲା। ଉଭୟ ଦେଶ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚକୁ ସର୍ବାଧିକ ଲୋକ ଦେଖିଥିବା ଜଣାପଡ଼ିଛି। ଖାସ୍ କଥାଟି ହେଲା, ସମଗ୍ର ବିଶ୍ୱର ୧୬.୭ କୋଟି ଲୋକ ଏହି ମ୍ୟାଚ୍ ଦେଖିଥିଲେ। ଫଳରେ ଏହା ଟି-ଟ୍ୱୋଣ୍ଟି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ସବୁଠୁ ଅଧିକ ଦେଖାଯାଇଥିବା ମ୍ୟାଚ୍ ହୋଇପାରିଛି। ଟି-ଟ୍ୱୋଣ୍ଟି ୱାର୍ଲ୍ଡକପର ଅଫିସିଆଲ ବ୍ରୋଡକାଷ୍ଟର ‘ଷ୍ଟାର ଇଣ୍ଡିଆ’ ଏହି ସଂଖ୍ୟା ଜାରି କରିଛି।