ନିଆଁରେ ପୋଡି ହୋଇ ଯୁବତୀ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଏକ ଅଭାବନୀୟ ଘଟଣାକ୍ରମରେ ଆଜି ପ୍ରତ୍ୟୁଷରେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣି ସାହିରେ ନିଆଁ ଜାଳୁଥିବା ବେଳେ ଜଣେ ଯୁବତୀ ପୋଡି ହୋଇ ଗୁରୁତର ହୋଇପଡିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ବିରକେରା ଅଞ୍ଚଳର ବୁଦ୍ଧିଆ ଲୁଗୁନଙ୍କ ଝିଅ ଲକ୍ଷ୍ମୀ ଲୁଗୁନ ଦେବଗଡ଼ ପୌରାଞ୍ଚଳ ଆନ୍ତର୍ଗତ ନୀଳବେର୍ଣ୍ଣି ସାହିରେ ଥିବା ନିଜ ନାନୀ ଭିଣୋଇ ବୁକୁନା ମୁଣ୍ଡାଙ୍କ ଘରକୁ ବୁଲିବାକୁ ଆସିଥିଲେ।

ଆଜି ସେ ନିଜ ଘର ବିରକେରାକୁ ଫେରିବାକୁ ଥିବାବେଳେ ପ୍ରତ୍ୟୁଷରୁ ଉଠି ଚୁଲିରେ ନିଆଁ ଜାଳୁଥିବା ବେଳେ ଅସାବଧାନତା ବଶତଃ ନିଆଁ ତାଙ୍କ ପିନ୍ଧା ଲୁଗାର ପଛ ପଟେ ଲାଗି ଶରୀରକୁ ବ୍ୟାପି ଯାଇଥିଲା। ଏହା ଦେଖି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଅବସ୍ଥା ସଙ୍କଟା ପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।