ଦିନିକିଆ ସିରିଜ ୧-୦ରେ ହାରିଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ୧-୦ରେ ହରାଇ ଦେଇଛି । କ୍ରାଇଷ୍ଟଚର୍ଚ୍ଚରେ ଖେଳ ଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ ୨୨୦ ରନ୍ ହାସଲ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୮ ଓଭରରେ ୧୦୪ ରନ୍ କରିଥିଲା । କିନ୍ତୁ ଇତିମଧ୍ୟରେ ବର୍ଷା ଆରମ୍ଭ ହେବାରୁ ମ୍ୟାଚ ବାତିଲ କରିବାକୁ ପଡ଼ିଥିଲା । ସିରିଜର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଥିବାବେଳେ ଶେଷ ୨ଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା ।

ସୂଚନାଯୋଗ୍ୟ, ତୃତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ପୁରା ୫୦ ଓଭର ଖେଳି ପାରିନଥିଲା । ଏଥିରେ ୱାଶିଂଟନ୍ ସୁନ୍ଦର ଓ ଶ୍ରେୟସ ଅୟର ଟିମର ମର୍ଯ୍ୟାଦା ରଖିଥିଲେ । ସୁନ୍ଦର ୬୪ ବଲରେ ୪୧ ରନ୍ ହାସଲ କରିଥିଲେ । ଅନ୍ୟପଟେ ଶ୍ରେୟସ ୫୯ ବୋଲରେ ୪୯ ରନ୍ କରିଥିଲେ ।