ସୀମା ବିବାଦକୁ ନେଇ ଆମେରିକାକୁ ଚୀନର ଚେତାବନୀ

ନୂଆଦିଲ୍ଲୀ: ଚୀନ ଓ ଆମେରିକା ମଧ୍ୟରେ ପୁଣିଥରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥର ଭାରତ ଓ ଚୀନ ସମ୍ପର୍କ ମଧ୍ୟରେ ଥିବା ସୀମା ବିବାଦରେ ମୁଣ୍ଡ ନ ଖେଳାଇବାକୁ ଆମେରିକାକୁ ଚୀନ ଚେତାବନୀ ଦେଇଛି । ଆମେରିକା ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନରେ ଜାରି ହୋଇଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଆମେରିକା ଓ ଭାରତ ମଧ୍ୟରେ ଥିବା ସମ୍ବନ୍ଧରେ ନିବିଡ଼ତା ନ ଆଣିବା ପାଇଁ ଚୀନ ଗଣରାଜ୍ୟ(ପିଆରସି) ପରିସ୍ଥିତି ସାମାନ୍ୟ କରିବାକୁ ଚେଷ୍ଟା କରୁଛି । ସୀମାରେ ସ୍ଥିରତା ବଜାୟ ରଖିବା ଓ ଭାରତ ସହ ଦ୍ୱିପାକ୍ଷିକ ସମ୍ବନ୍ଧ ଯୋଗୁ ଅନ୍ୟ କ୍ଷେତ୍ରରେ ହେଉଥିବା ଗତିରୋଧ କ୍ଷତିରୁ ବଞ୍ଚିବା ହେଉଛି ଚୀନର ଲକ୍ଷ୍ୟ