୫ ରନରେ ହାରିଲା ଭାରତ, ୨-୦ରେ ସିରିଜ ଜିତିଲା ବାଙ୍ଗଲାଦେଶ

ନୂଆଦିଲ୍ଲୀ: ବାଙ୍ଗଲାଦେଶ ରାଜଧାନୀ ଢାକାର ସେରେ ବାଙ୍ଗଲା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ୫ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ୨-୦ରେ ହରାଇ ବାଙ୍ଗଲାଦେଶ ସିରିଜ ନିଜ ନାଁରେ କରିଛି । ବାଙ୍ଗଲାଦେଶ ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୨ ରନର ଟାର୍ଗେଟ ଦେଇଥିଲା । ବାଙ୍ଗଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ ରନ୍ ହାସଲ କରିଥିଲା । ଏହାର ଜବାବରେ ଭାରତ ୪୯.୫ ଓଭରରେ ୯ ୱିକେଟ ହରାଇ ୨୬୬ ରନ୍ କରିଥିଲା ।