ପୁଣି ପ୍ରେମରେ ପଡ଼ିଲେ ରିୟା

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଲଗାତାର ଭାବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ସୁଶାନ୍ତଙ୍କୁ ରିୟା ଡେଟ୍ କରୁଥିବା ସମୟରେ ହିଁ ଅଭିନେତାଙ୍କ ଦେହାନ୍ତ ହୋଇଥିଲା । ଏହାପରଠୁ ରିୟା ସୋସିଆଲ ମିଡିଆ ତଥା ପାର୍ଟିରୁ ଦୂରେଇ ରହୁଥିଲେ । କିନ୍ତୁ ଏବେ ତାଙ୍କ ଜୀବନ ସାମାନ୍ୟ ହେବାସହ ସେ ପୁଣିଥରେ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ରିୟା ଚକ୍ରବର୍ତ୍ତୀ ଏଣ୍ଟରଟେନମେଣ୍ଟ ଓ ଫେସନର ବଡ଼ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଫର୍ମସର ମାଲିକ ବଣ୍ଟି ସଜଦେଙ୍କୁ ଡେଟ କରୁଛନ୍ତି । ବଣ୍ଟି ହେଉଛନ୍ତି ସୋହେଲ ଖାନଙ୍କ ପତ୍ନୀ ସୀମା ସଜଦେଙ୍କ ଭାଇ । ରିୟା ଓ ବଣ୍ଟି ପରସ୍ପରକୁ ପୂର୍ବରୁ ଜାଣିଥିଲେ ମଧ୍ୟ ଗତ କିଛିଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି । ବଣ୍ଟିଙ୍କ ନାଁ ପୂର୍ବରୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସହ ମଧ୍ୟ ଯୋଡ଼ିଥିଲା ଏବଂ ଦୁହିଁଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା ।