ସେବାୟତଙ୍କୁ ସ୍ମାର୍ଟଫୋନ୍ ମନା

ପୁରୀ,ଏନ୍‌ଏନ୍‌ଏସ୍‌: ଛତିଶା ନିଯୋଗ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ପ୍ରାଧିକୃତ ଅଧିକାରୀ ଓ ସେବାୟତ ଶ୍ରୀମନ୍ଦିର ପରିସରରେ ଆଉ ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ ନାହିଁ । କେବଳ କିପ୍ୟାଡ ଫୋନ୍ ବ୍ୟବହାର କରିପାରିବେ । ନୀତି ସମ୍ପର୍କିତ ସୂଚନା ପାଇଁ କେବଳ ସ୍ମାର୍ଟଫୋନ୍ ବ୍ୟବହାର କରିବେ ବୋଲି ସୂଚନା ମିଳିଛି ।