ଟି-୨୦ ବିଶ୍ୱକପ ଫାଇନାଲ ଭାରତ ପରାଜୟ, ଅଷ୍ଟ୍ରେଲିଆ ଚାମ୍ପିୟନ

ମେଲବର୍ଣ୍ଣ,ଏଜେନ୍ସି: ପ୍ରଥମ ଥର ପାଇଁ ମହିଳା ବିଶ୍ୱ ଟି -୨୦ ବିଶ୍ବକପ ଟାଇଟଲ ଜିତିବା ଭାରତୀୟ ଦଳର ସ୍ୱପ୍ନ ଭାଙ୍ଗିଯାଇଛି। ମହିଳା ଦିବସରେ ମେଲବୋର୍ଣ୍ଣରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୮୫ ରନରେ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରିଛି। ନିର୍ଣ୍ଣାୟକ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୪୮ ରନ୍ ସଂଗ୍ରହ କରିଥିଲା।

ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଦଳର ଆଲିସା ହିଲି ଏବଂ ବେଥ୍ ମୁନୀ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତୀୟ ଦଳ ୧୮୫ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା। ପ୍ରଥମରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ। ଟୁର୍ଣ୍ଣାମେଣ୍ଟରେ ଦଳକୁ ଦ୍ରୁତ ଆରମ୍ଭ ଦେଉଥିବା ଶେଫାଳି ବର୍ମା ପ୍ରଥମ ଓଭରରେ ୨ ରନ୍ କରି ମେଗନା ସ୍କୁଟଙ୍କ ବଲରେ ଆଉଟ ହୋଇଥିଲେ।

ଏହାପରେ ଖାତା ଖୋଲିବା ପୂର୍ବରୁ ଜେମିମା ରୋଡ୍ରିଗ୍ସ ସ୍ପିନର ଜେସ ଜୋନାସେନଙ୍କ ବଲରେ ଆଉଟ ହୋଇଥିଲେ। ସ୍ମୃତି ମନ୍ଧାନା ୮ ବଲରେ ୧୧ ରନ୍ କରିଥିବା ବେଳେ ସୋଫିଆ ମୋଲିନେକ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ପୂରା ଟୁର୍ଣ୍ଣାମେଣ୍ଟ ଭଲ ପଦର୍ଶନ କରିପାରିନଥିବା ଅଧିନାୟକ ହରମନପ୍ରୀତ କୌର ଆଜି ଫାଇନାଲ ମ୍ୟାଚରେ ମଧ୍ୟ ବେଶୀ କିଛି କରି ପାରି ନଥିଲେ। ସେ ୪ ରନ୍ କରି ଜୋନାସେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।