ନ୍ୟୁଜିଲାଣ୍ଡକୁ ୩୯୮ ରନର ଲକ୍ଷ୍ୟ ଦେଲା ଭାରତ

ମୁମ୍ବାଇ: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭାରତ ୩୯୮ ରନର ଲକ୍ଷ୍ୟ ଦେଇଛି । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୫୦ ଓଭରରେ ୩୯୭ ରନ୍ ହାସଲ କରିଛି । ଭାରତ ପାଇଁ ଓପନିଂ କରିଥିବା ଅଧିନାୟକ ରୋହିତ ଶର୍ମା ୨୯ ବଲରେ ୪୭ ରନ୍ ହାସଲ କରିବା ପରେ ଶୁଭମନ ଗିଲ ୬୬ ବଲରେ ୮୦ ରନ୍ କରି ଅପରାଜିତ ରହିଥିଲେ । ସେହିପରି ବିରାଟ କୋହଲୀ ୧୧୭ ଓ ଶ୍ରେୟସ ଅୟର ୧୦୫ ରନର ଦମଦାର ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥୀ ୧୦ ଓଭରରେ ୧୦୦ ରନ୍ ଦେଇଥିବାବେଳେ ଟ୍ରେଣ୍ଟ ବଲଟ ୧୦ ଓଭରରେ ୮୬ ରନ୍ ଦେଇଛନ୍ତି ।