ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସର ୩ଟି ବଗିରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ଦିଲ୍ଲୀ-ଦରଭଙ୍ଗା କ୍ଲୋନ ଏକ୍ସପ୍ରେସର ୩ଟି ବଗିରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଏହି ଦୁର୍ଘଟଣାଟି ସରାୟା ଗୁପ୍ତ ରେଲୱେ ଷ୍ଟେସନରେ ଘଟିଛି । କିନ୍ତୁ କୌଣସି ଯାତ୍ରୀ ଆହତ ହୋଇନଥିବାବେଳେ ସଭିଙ୍କୁ ସୁରକ୍ଷିତ ଭାବେ କଢ଼ାଯାଇଛି । ନିଆଁ ଲାଗିବା ଯୋଗୁ ୨୫୦ ଯାତ୍ରୀଙ୍କ ସମସ୍ତ ଜିନିଷ ଜଳିଯାଇଛି । ଖବର ମିଳିବା ପରେ ଅଗ୍ନିଶମ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଛଟ ପୂଜା ଯୋଗୁ ୩ଟି ବଗିରେ ଖଚାଖଚ ଯାତ୍ରୀ ମହଜୁଦ ଥିଲେ ।