ରପ୍ତାନୀରେ ଭାରତ ଆଗରେ

  • ନୂଆଦିଲ୍ଲୀ: କରୋନା ସମୟରେ ଆମେରିକା, ବ୍ରିଟେନ୍ଠାରୁ ଭାରତ ଅଧିକ ରପ୍ତାନୀ କରିଛି। ଦେଶର ଆର୍ôଥକ ଓ ବାଣିଜ୍ୟିକ ସ୍ଥିତି ସମ୍ପର୍କରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୂଷ ଗୋୟଲ ଓ ସହରୀ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଏ ନେଇ ପିୟୂଷ ଗୋୟଲ କହିଛନ୍ତି ଯେ, କରୋନା ସ୍ଥିତି ପରେ ବି ଦେଶର ଏଫ୍ଡିଆଇ(ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ) ବଢିଛି। ୨୦୨୦-୨୧ ଆର୍ôଥକ ବର୍ଷରେ ଦେଶକୁ ମୋଟ ୮୧.୭୨ ଅରବ ଡଲାର(୬,୧୦୮.୦୯ ଅରବ ଟଙ୍କା)ର ଏଫ୍ଡିଆଇ ମିଳିଛି। ଚଳିତ ବର୍ଷ ପ୍ରଥମ ମାସରେ ଦେଶକୁ ୬.୨୪(୪୬୬.୪୦) ଅରବ ଡଲାର ଏଫ୍ଡିଆଇ ମିଳିଛି। ଏହି ସଂଖ୍ୟା ୨୦୨୦ ଏପ୍ରିଲରେ ଆସିଥିବା ଏଫ୍ଡିଆଇର ୩୮ ପ୍ରତିଶତ ଅଧିକ। ସେ ଆହୁରି ମଧ୍ୟ କହିଛନ୍ତି କରୋନା ଦ୍ୱିତୀୟ ଲହର ତାଣ୍ଡବ ପରେ ଅର୍ଥବ୍ୟବସ୍ଥାର ଅଗ୍ରଗତି ହେଉଛି। ୨୦୨୧ ଏପ୍ରିଲ ତୁଳନାରେ ୨୦୧ % ପ୍ରତିଶତ ଅଭିବୃଦ୍ଧି ହୋଇଛି, ଯାହା ଆଗରୁ କେବେ ହୋଇନଥିଲା। ବିଶ୍ୱ ବାଣିଜ୍ୟିକ ସଂଗଠନ(ୱାର୍ଲ୍ଡ ଟ୍ରେଡ୍ ଅର୍ଗାନାଇଜେସନର ତଥ୍ୟ ଅନୁସାରେ ୨୦୧୯ ତୁଳନାରେ ଚଳିତ ବର୍ଷ ୧୮% ଅଧିକ ରପ୍ତାନୀ ହୋଇଛି। ଆମେରିକା, ୟୁରୋପ ଓ ଜାପାନ ଭଳି ବିକାଶଶୀଳ ରାଷ୍ଟ୍ରଠାରୁ ଭାରତର ରପ୍ତାନୀ ଅଂଶ ଅଧିକ ରହିଛି। ୨୦୨୦ଏପ୍ରିଲ ତୁଳନାରେ ୨୦୨୧ ଏପ୍ରିଲ୍ରେ ୟୁରୋପ ସଂଘର ଏକ୍ସପୋର୍ଟର ଗ୍ରୋଥ୍ ୬୮%, ଜାପାନର ୩୬%, ଦକ୍ଷିଣକୋରିଆ ୪୧%, ବ୍ରିଟେନ୍ ୩୧% ଓ ଆମେରିକାର ରପ୍ତାନୀ ଗ୍ରୋଥ୍ ୫୨ % ହୋଇଛି। ୨୧-୨୨ ଆର୍ôଥକ ବର୍ଷରେ ଏପ୍ରିଲ-ଜୁନ ମଧ୍ୟରେ ଲୁହାପଥର ରପ୍ତାନୀରେ ସର୍ବାଧିକ ୧୬୮%କୁ ବୃଦ୍ଧି ପାଇଛି। ସେହିପରି ଚାଉଳରେ ୩୨%, ସୂତା ରପ୍ତାନୀରେ ୩୩ %, ଇଞ୍ଜିନୟରିଂ ସାମଗ୍ରୀରେ ୨୫%, ପ୍ଲାଷ୍ଟିକ ୨୪ %, କେମିକାଲ ୨୦%, ଇଲେକ୍ଟ୍ରୋନିକ ସାମଗ୍ରୀ ୧୭%, ବୁଡ଼ାଜାହାଜ ତିଆରି ସମାଗ୍ରୀରେ ୧୬%, ଓ ଔଷଧରେ ୧୪% ରପ୍ତାନୀ ବୃଦ୍ଧି ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହିପରି ଭାରତୀୟ ମସଲାର ଚାହିଦା ବଢ଼ିବା ସହିତ ଦେଶରେ ୫୦,୦୦୦ ଷ୍ଟାଟ ଅପ୍ ଚିହ୍ନଟ କରାଯାଇଛି।