ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

  • ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀର୍ଥ ସିଂ ରାୱତ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି। ତେଣୁ ତାଙ୍କର ଇସ୍ତଫା ଗ୍ରହଣ କରାଯିବା ଉଚିତ। ସୂଚନା ଥାଉ କି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀର୍ଥ ସିଂ ରାୱତ ତିନି ଦିନ ଧରି ଦିଲ୍ଲୀରେ ଥିଲେ ଓ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ରାୱତ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। ସୂଚନାନୁସାରେ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ଥିବାରୁ ଓ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ସେପ୍ଟେମ୍ବର ୧୦ ସୁଦ୍ଧା ରାୱତଙ୍କୁ ବିଧାନସଭା ସଦସ୍ୟଭାବେ ନିର୍ବାଚିତ ହେବାର ଥିଲା। ଅନ୍ୟପଟେ କରୋନା ମହାମାରୀ ପାଇଁ ନିର୍ବାଚନ ହେଉ ନଥିବାରୁ ଏପରି ପରିସ୍ଥିତିରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବ। ସେଥିପାଇଁ ସେ ଇସ୍ତଫା ପତ୍ର ପଠାଇଛନ୍ତି।