ଜିମ୍ବାୱେକୁ ହରାଇ ସେମିରେ ଭାରତ

ସିଡନୀ: ମେଲବର୍ଣ୍ଣରେ ଖେଳାଯାଇଥିବା ମୁକାବିଲାରେ ଜିମ୍ବାୱେକୁ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଟି-୨୦ ବିଶ୍ୱକପ୍ ୨୦୨୨ର ୪୨ତମ ମୁକାବିଲାରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେକୁ ୧୮୭ ରନର ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଜିମ୍ବାୱେ ୧୧୫ ରନରେ ଅଲଆଉଟ ହୋଇଯାଇଥିଲା । ଅନ୍ୟପଟେ ମହମ୍ମନ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ୍ ଅଶ୍ୱିନ ବୋଲିଂରେ କମାଲ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ପାଳି ଖେଳି ୨୫ ବଲରେ ୬୧ ରନ ହାସଲ କରିଛନ୍ତି । ଏହି ପାଳିରେ ସୂର୍ଯ୍ୟକୁମାର ୬ଟି ଚୌକା ଓ ୪ଟି ଛକ୍କା ମାରିଥିଲେ । ଏଥିସହିତ ଆନ୍ତର୍ଜାତିକ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ୧ ହଜାର ରନ୍ ପୂରଣ କରିଛନ୍ତି ।