ତାଞ୍ଜାନିୟାରେ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ତାଞ୍ଜାନିୟାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଲ୍ୟାଣ୍ଡିଂ ସମୟରେ ଉତ୍ତରୀ-ପଶ୍ଚିମୀ ସହରର ବୁକୋବା ଏୟାରପୋର୍ଟ ପାଖରେ ଥିବା ଭିକ୍ଟୋରିଆ ଝରଣାରେ ବିମାନଟି ଖସି ପଡ଼ିଛି । ଖବର ମୁତାବକ ଏହି ବିମାନରେ ୪୯ଜଣ ଯାତ୍ରୀ ଥିଲେ ସେଥିରୁ ୨୦ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଖରାପ ପାଣିପାଗ ଯୋଗୁ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି ।