ଇଣ୍ଡିଆ ଏନର୍ଜି ଫୋରମ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଏନର୍ଜି ଫୋରମ ଉଦଘାଟନ କରିଛନ୍ତି। ଫୋରମର ଉଦଘାଟନ କରି ସେ କହିଛନ୍ତି ଯେ ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି। ଭାରତ ଏହା ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତରେ ଶକ୍ତି ବ୍ୟବହାର ଦ୍ୱିଗୁଣିତ ହେବ। ସେ କହିଛନ୍ତି ଯେ ଭାରତୀୟ ବଜାରକୁ କେହି ଅଣଦେଖା କରିପାରିବେ ନାହିଁ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଶ୍ଵର ପ୍ରମୁଖ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକର ପ୍ରାୟ ୪୫ ଜଣ ସିଇଓ ଏହି ବୈଠକରେ ଯୋଗ ଦେଇଥିଲେ।

ଏକ ଶକ୍ତି କରିଡର ନିର୍ମାଣ ପାଇଁ ଯୋଜନା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଭାରତ ହେଉଛି ତୃତୀୟ ବୃହତ୍ତମ ଦେଶ, ଯେଉଁଠାରେ ଘରୋଇ ସ୍ତରରେ ସର୍ବାଧିକ ଶକ୍ତି ଖର୍ଚ୍ଚ ହୋଇଥାଏ। ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ବିଶ୍ଵର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ। ଭାରତର ବିଶ୍ୱ ତୈଳ ଏବଂ ଗ୍ୟାସ ମୂଲ୍ୟ ଶୃଙ୍ଖଳରେ ସକ୍ରିୟ ଅଂଶଗ୍ରହଣକାରୀ ହେବାର ଉଦ୍ଦେଶ୍ୟରେ ନିତି ଆୟୋଗ ପ୍ରଥମେ ୨୦୧୬ ରେ ବିଶ୍ୱ ସ୍ତରରେ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକର ସିଇଓମାନଙ୍କର ଏକ ରାଉଣ୍ଡ ଟେବୁଲ୍ ବୈଠକ ଆୟୋଜନ କରିଥିଲେ। ଏହି ବାର୍ଷିକ କାର୍ଯ୍ୟକ୍ରମ ନୀତି ଆୟୋଗ ଓ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିଲା।