ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡ଼ିଲା ମାଛ ଧରା ବୋଟ, 2ନିଖୋଜ

ପାରାଦୀପ,ଏନ୍ଏନ୍ଏସ୍: ପାରାଦୀପ ସମୁଦ୍ର ଭିତରେ ବୁଡ଼ି ରହିଥିବା ବ୍ଲାକ ରୋଜ ଜାହାଜରେ ମାଛ ଧରା ବୋଟ ପିଟି ହୋଇଛି । ଜାହଜରେ ପିଟି ହେବା ପରେ ମାଛ ଧରା ବୋଟ କ୍ଷତିଗ୍ରସ୍ତ ହୋଇଛି । ଆଜି ସକାଳୁ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଉଥିଲା ବୋଟ । ମାଛ ଧରା ବୋଟରେ ୯ ଜଣ ଷ୍ଟାଫ ଥିଲେ । ମାଆ ମିନୀ ନାମକ ବୋଟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ୩ଟି ମାଛଧରା ବୋଟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଯାହା ଖବର ମିଳୁଛି ବର୍ତ୍ତମାନ ସୁଦ୍ଧା ୫ ଜଣ ଉଦ୍ଧାର ହେଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ପୂର୍ବରୁ ମଧ୍ୟ ଅନେକ ଟ୍ରଲର ବ୍ଲାକରୋଜରେ ପିଟି ହୋଇ ବୁଡ଼ିଛି।