ନୂଆଦିଲ୍ଲୀ,ଏଜେନ୍ସି: ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିୟୋ ଓ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଆଜିଠାରୁ ଭାରତ ଓ ଆମେରିକା ୨+୨ ବୈଠକ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଆଜି ଓ ଆସନ୍ତାକାଲି ଆଲୋଚନା ହେବ। କରୋନା ସଙ୍କଟ ମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଏହି ଆଲୋଚନା ବେଶ୍ ଗୁରୁତ୍ତ୍ଵପୂର୍ଣ୍ଣ ହେବ ବୋଲି ମନେ କରାଯାଉଛି।