ଭାରତର ପ୍ରତିଶୋଧ, ପାକିସ୍ତାନକୁ ୫ ୱିକେଟ୍‌ରେ ହରାଇଲା

ଦୁବାଇ,ଏଜେନ୍ସି: ଟିମ ଇଣ୍ଡିଆ ଏସିଆ କପ୍‌-୨୦୨୨ରେ ରବିବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଟି-୨୦ ବିଶ୍ୱକପରେ ହାରିଥିବା ମ୍ୟାଚର ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପ୍ରତିଶୋଧ ନେଇଛି ।

ଭାରତର ଅଲରାଣ୍ଡର ତଥା ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଶେଷ ଓଭରରେ ବିଜୟର ଛକା ମାରି ସେ ଭାରତକୁ ମ୍ୟାଚ ଜିତାଇ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି । ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟି କରି ପାକିସ୍ତାନ ଏହି ମ୍ୟାଚରେ ଭାରତକୁ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଭାରତ ୧୯.୪ ଓଭରରେ ୫ଟି ୱିକେଟ ହରାଇ ଏହି ଲକ୍ଷ୍ୟକୁ ହାସଲ କରିଥିଲା ।

ପାକିସ୍ତାନ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ୍ କରିବା ଥିଲା । ଭାରତ ଓ ପାକିସ୍ତାନ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ହିରୋ ସାଜିଥିଲେ । ସେ ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତର ବୋଲିଂ ପାଳିରେ ପାଣ୍ଡ୍ୟା ୪ ଓଭର ବୋଲିଂ କରିଥିଲେ । ସେ ୨୫ ରନ୍ ଦେଇଥିଲେ ଏବଂ ବଦଳରେ ପାକିସ୍ତାନର ୩ଟି ମୂଲ୍ୟବାନ ୱିକେଟ ନେଇଥିଲେ । ସେହିପରି ବ୍ୟାଟିଂ ପାଳିରେ ପାଣ୍ଡ୍ୟା ୧୭ଟି ବଲ୍‌ର ସାମ୍ନା କରି ବ୍ୟକ୍ତିଗତ ଉଦ୍ୟମରେ ଅପରାଜିତ ୩୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା ।