ଭାରତଠୁ ହାରି ଦୁଃଖରେ ବୁଡ଼ିଲା ପାକିସ୍ତାନ, ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଏସିଆ କପ୍‌-୨୦୨୨ରେ ଭାରତ ଦମଦାର ବିଜୟର ସହିତ ନିଜର ଅଭିଯାନ କରିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନକୁ ଭାରତ ୫ ୱିକେଟରେ ପରାସ୍ତ କରିଛି । ଟି-୨୦ ବିଶ୍ୱକପରେ ହାରିଥିବା ମ୍ୟାଚର ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପ୍ରତିଶୋଧ ନେଇଛି ।

ଭାରତର ବିଜୟରେ କୋଟିକୋଟି ଭାରତୀୟ ଖୁସିର ଉତ୍ସବ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ, ଟିମ୍ ଇଣ୍ଡିଆର ଖେଳାଳି ପ୍ରଶଂସନୀୟ କୌଶଳ ଏବଂ ଧୈର୍ଯ୍ୟର ପ୍ରଦର୍ଶନ କରିଛନ୍ତି । ମ୍ୟାଚ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ତୁରନ୍ତ ଟୁଇଟ୍ କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଟିମ ଇଣ୍ଡିଆ ଆଜି ଏସିଆ କପରେ ଜବରଦସ୍ତ ପ୍ରଦର୍ଶନ କରିଛି । ତେଣୁ ଟିମ୍‌କୁ ଶୁଭେଚ୍ଛା ଜଣାଉଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଭାରତର ବିଜୟରେ ଖୁସି ପ୍ରକାଶ କରିଛନ୍ତି । ସେ ଟୁଇଟ କରି ଲେଖିଛନ୍ତି, ରୋମାଞ୍ଚକର ମ୍ୟାଚ ଥିଲା । ଭାରତୀୟ ଟିମ ଭଲ ପ୍ରଦର୍ଶନ କଲା । ଖୁସି ଓ ଗର୍ବର ମୁହୂର୍ତ୍ତ ବୋଲି ରାହୁଲ ଟୁଇଟ୍ କରିଛନ୍ତି ।