Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

ବେଙ୍ଗୁଲୁରୁ: ଇଣ୍ଟରକଣ୍ଟିନେଣ୍ଟାଲ କପ ଚମ୍ପିଆନ ପରେ ସାଫ ଚମ୍ପିଆନ ଟ୍ରଫି ହାତେଇଛି ଭାରତ । ଗୋଲକିପର ଗୁରପ୍ରୀତ ସିଂହଙ୍କ ଜବରଦସ୍ତ ଗୋଲ କିପିଂ ବଳରେ ଭାରତ ନବମ ଥର ପାଇଁ ସାଫ୍ ଚମ୍ପିଆନସିପ ଟାଇଟଲ ହାସଲ କରିଛି । ପେନାଲ୍ଟି ସୁଟଆଉଟରେ କୁଏତକୁ ୫-୪ ଗୋଲରେ ପରାସ୍ତ କରି ସାଫ୍ ଚମ୍ପିଆନସିପ ୨୦୨୩ ସଂସ୍କରଣର ବିଜେତା ହୋଇଛି ।

ଭାରତ ବନାମ କୁଏତ ଫାଇନାଲ ଫାଇଟ: ସାଫ୍ ଚମ୍ପିଆନସିପ ୨୦୨୩ ଫାଇନାଲ ମୁକାବିଲା ସଂଘର୍ଷପୂର୍ଣ୍ଣ ଥିଲା । ନିର୍ଦ୍ଧାରିତ ସମୟ ଖେଳ ୧-୧ରେ ରହିଥିଲା । ଅତିରିକ୍ତ ସମୟ ମଧ୍ୟ ଅମୀମାଂସିତ ରହିବାରୁ ଶେଷରେ ପେନାଲ୍ଟି ସୁଟଆଉଟରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ପ୍ରଥମ ସୁଟ୍‌ ଆଉଟ୍‌ ୪-୪ ହେବା ପରେ ସଡନଡେଥରେ ଭାରତ ୫-୪ରେ ବିଜୟୀ ହୋଇଥିଲା । ମହେଶ ନାଓରେମ ଓ ଗୋଲକିପର ଗୁରପ୍ରୀତ ସିଂହ ସାନ୍ଧୁ ଦଳର ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ।

ମ୍ୟାଚର ଦ୍ବିତୀୟ ମିନିଟରେ ଭାରତର ଲାଲିଆନଜୁଆଲା ଗୋଲ ସ୍କୋର କରିବାକୁ ସୁଯୋଗ ସୃଷ୍ଟି କରିଥିଲେ ମାତ୍ର ବିଫଳ ହୋଇଥିଲେ । ୧୪ ମିନିଟରେ କୁଏତର ସାବାଇବ ଅଲ ଖାଲଦି ପ୍ରଥମ ଗୋଲ କରି ଖାତା ଖୋଲିଥିଲେ । ଭାରତ ଗୋଲ ପରିଶୋଧ କରିବାକୁ ଲଗାତାର ପ୍ରୟାସ କରିଥିଲା । ମ୍ୟାଚରେ ୩୮ ମିନିଟରେ ଘରୋଇ ଦଳ ଗୋଲ ସ୍କୋର କରି ସ୍ଥିତି ୧-୧ କରିଥିଲା । ସହାଲ ସମାଦଙ୍କର ଏକ ପାସ୍‌କୁ ୱିଙ୍ଗର ଚଙ୍ଗତେ ଗୋଲରେ ପରିଣତ କରିଥିଲେ । ନିର୍ଦ୍ଧାରିତ ସମୟ ଖେଳ ୧-୧ରେ ରହିଥିଲା । ପେନାଲ୍ଟି ସୁଟଆଉଟରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଅଧିନାୟକ ସୁନୀଲ ଛେତ୍ରୀ ପ୍ରଥମ ପେନାଲ୍ଟିରେ ସଫଳ ହୋଇଥିଲେ । ଭାରତ ଆଗୁଆ ଥିଲା । ସନ୍ଦେଶ ଦ୍ବିତୀୟ ପେନାଲ୍ଟିରେ ସଫଳ ହେବା ପରେ ଭାରତ ୨-୦ରେ ଆଗୁଆ ରହିଥିଲା । ଏହାପରେ କୁଏତର ଓତାଇବି ସଫଳ ହୋଇଥିଲେ ସ୍ଥିତି ୨-୧ରେ ରହିଥିଲା । ପରେ କୁଏତ ଆଉ ଏକ ଗୋଲ କରିଥିଲା । ଚତୁର୍ଥ ପେନାଲ୍ଟିରେ ଉଦାନ୍ତ ସିଂ ମିସ୍‌ କରିବା ପରେ ଅବଦୁଲ୍ଲାଜିଜି ମୁରଦ ସଫଳ ହୋଇଥିଲେ । ସ୍ଥିତି ୩-୩ ହୋଇଥିଲା ।

ଶେଷ ରାଉଣ୍ଡରେ ଉଭୟ ଦଳ ସଫଳ ହେବା ଫଳରେ ସ୍ଥିତି ୪-୪ରେ ରହିଥିଲା । ଏହାପରେ ସଡନଡେଥ ଆରମ୍ଭ ହୋଇଥିଲା । ମେହଶ ନାଓରେମ ସଫଳ ହେବା ପରେ ଶେଷ ରାଉଣ୍ଡରେ ଭାରତ ୫-୪ରେ ଆଗୁଆ ରହି ଚମ୍ପିଆନ ହୋଇଥିଲା । କୁଏତର ଖାଲିଦ ଇବ୍ରାହିମଙ୍କୁ ଅଟକାଇଥିଲେ ଗୋଲକିପର ଗୁରପ୍ରୀତ ଫଳରେ ଭାରତ ୫-୪ରେ ବାଜି ମାରି ନେଇଥିଲା । ଚଳିତ ବର୍ଷ ଘରୋଇ ମାଟିରେ ଭାରତ ଲଗାତାର ତିନୋଟି ଟାଇଟଲ ଜିତିଛି ଯଥା ତ୍ରିରାଷ୍ଟ୍ରୀୟ କପ, ଇଣ୍ଟରକଣ୍ଟିନାଲ କପ ଏବଂ ସାଫ୍ ଚମ୍ପିଅନସିପ । ଏହା ପୂର୍ବରୁ ଭାରତ ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫, ୨୦୨୧ରେ ସାଫ୍ ଚମ୍ପିଆନ ହୋଇଥିଲା ।