ଅକ୍ଟୋବର ୨୦ରେ କଙ୍ଗନାଙ୍କ ‘ତେଜସ’

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରନାୱତ ଏବେ ତାଙ୍କ ଫିଲ୍ମି କ୍ୟାରିୟରକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । କଙ୍ଗନା ନିକଟରେ ନିଜ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ‘ଟିକୁ ୱେଡସ ସେରୁ’ର ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି । ଏହି ପରିପ୍ରେକ୍ଷୀରେ କଙ୍ଗନା ତାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ତେଜସ’ର ରିଲିଜ ତାରିଖ ଘୋଷଣା କରିଛନ୍ତି । ଫିଲ୍ମଟି ଅକ୍ଟୋବର ୨୦ ତାରିଖରେ ସିନେମା ଘରେ ରିଲିଜ ହେବ । ଉକ୍ତ ଫିଲ୍ମରେ କଙ୍ଗନା ପାଇଲଟ ଭୂମିକାରେ ନଜର ଆସିବେ ।

ସୂଚନାଯୋଗ୍ୟ, କଙ୍ଗନା ରନାୱତଙ୍କ ଫିଲ୍ମ ‘ତେଜସ’ ଟାଇଗର ଶ୍ରୋଫ ଓ କ୍ରିତି ସେନନଙ୍କ ଫିଲ୍ମ ‘ଗଣପତ’ ସହ ସିନେମା ଘରେ ମୁହାଁମୁହିଁ ହେବ । ୨ଟି ଯାଁକ ଫିଲ୍ମ ଆକ୍ସନ ଓ ଡ୍ରାମା ଉପରେ ପର୍ଯ୍ୟବେସିତ ।