Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆକାଶ ଛୁଆଁ ଦର, ୮୨ଟି ଦୋକାନରେ ରିହାତିରେ ଟମାଟୋ ବିକ୍ରି ଆରମ୍ଭ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆକାଶ ଛୁଆଁ ଦର, ୮୨ଟି ଦୋକାନରେ ରିହାତିରେ ଟମାଟୋ ବିକ୍ରି ଆରମ୍ଭ

ଚେନ୍ନାଇ: ସମଗ୍ର ଦେଶର ବିଭିନ୍ନ ରାଜ୍ୟ ସହ ତାମିଲନାଡୁରେ ଦେଖିବାକୁ ମିଳିଛି ଟମାଟୋ ସଙ୍କଟ । ଖୋଲା ବଜାରରେ ଟମାଟୋ ୧୮୦ କେଜି ଛୁଇଁଥବା ବେଳେ ଆଜି ସରକାରୀ ଭାବେ ରିହାତି ମୂଲ୍ୟରେ ଟମାଟୋ ବିକ୍ରି ହେବା ଆରମ୍ଭ ହୋଇଛି । କେବଳ ରାଜଧାନୀ ଚେନ୍ନାଇରେ ୮୨ଟି ନିର୍ଦ୍ଧାରିତ ଦୋକାନରେ କେଜି ୬୦ ଟଙ୍କା ରିହାତି ଦରରେ ଟମାଟୋ ବିକ୍ରି ଆରମ୍ଭ କରିଛନ୍ତି ସରକାର । ଏନେଇ ରାଜ୍ୟ ସମବାୟ ମନ୍ତ୍ରୀ ପେରିୟାଗୁରୁପ୍ପାନ ସୂଚନା ଦେଇଛନ୍ତି ।

ରାଜ୍ୟରେ ଟମାଟୋ ଦର ଏବେ ଆକାଶ ଛୁଆଁ ହେବାରେ ଲାଗିଥିବା ବେଳେ ଦର ନିୟନ୍ତ୍ରଣ ସହ ବଜାରରେ ଟମାଟୋର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜଧାନୀ ଚେନ୍ନାଇ ସମେତ ରାଜ୍ୟରେ ମୋଟ ୧୧୧ଟି ରାସନ ଦୋକାନ ଓ ସମବାୟ ସମିତି ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଗ୍ରୀନ ସେଣ୍ଟର ଚିହ୍ନଟ କରାଯାଇ ଏଠାରେ ସରକାରୀ ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରାଯିବା ନେଇ ରାଜ୍ୟ ସମବାୟ ମନ୍ତ୍ରୀ ଗତକାଲି କହିଥିଲେ । ଆଜି ରାଜଧାନୀ ଚେନ୍ନାଇରେ ମୋଟ ୮୨ଟି ଦୋକନାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଧୀରେଧୀରେ ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ସମ୍ପ୍ରସାରିତ କରାଯିବ।

ରାଜଧାନୀ ଚେନ୍ନାଇକୁ ବିତରଣ ଦୃଷ୍ଟିରୁ ସରଳ କରିବା ପାଇଁ ୩ଟି ଜୋନରେ ବିଭକ୍ତ କରାଯାଇଛି । କେନ୍ଦ୍ରୀୟ ଚେନ୍ନାଇ ଜୋନରେ ମୋଟ ୩୨ଟି କେନ୍ଦ୍ରରେ ଟମାଟୋ ବିକ୍ରି ହୋଇଛି । ସେହିପରି ଉତ୍ତର ଓ ଦକ୍ଷିଣ ଚେନ୍ନାଇ ଜୋନରେ ୨୫ଟି ଲେଖାଏଁ ଦୋକାନରେ ଟମାଟୋ ବିକ୍ରି ହେବାର ବ୍ୟବସ୍ଥା କରାଯାଇଛି । ମୋଟ ୮୨ ଦୋକାନରେ ସରକାରୀ ରିହାତିଯୁକ୍ତ ନିର୍ଦ୍ଧାରିତ ମୂଲ୍ୟ (୬୦ ଟଙ୍କା ପ୍ରତି କେଜି)ରେ ଆଜିଠାରୁ ଟମାଟୋ ବିକ୍ରି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ଯୋଗାଣ ବିଭାଗ ତଥ୍ୟ ଅନୁସାରେ, ରାଜ୍ୟରେ ଆବଶ୍ୟକତା ପଡୁଥିବା ମୋଟ ଟମାଟୋ ପରିମାଣର ୭୫ ପ୍ରତିଶତ ତାମିଲନାଡୁରେ ଉତ୍ପାଦନ କରାଯାଏ । ଅବଶିଷ୍ଟ ୨୫ ପ୍ରତିଶତ ଆବଶ୍ୟକତା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାଏ ତାମିଲନାଡୁ । ଏବେ ସାରା ଦେଶରେ ଟମାଟୋର ଉପଲବ୍ଧତା ହ୍ରାସ ଓ ଦର ବୃଦ୍ଧି କାରଣରୁ ଯୋଗାଣ ଓ ଆମଦାନୀ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥିବା ରାଜ୍ୟ ଯୋଗାଣ ବିଭାଗ କହିଛି । ସ୍ଥିତିରେ ସୁଧାର ନଆସିବା ଯାଏ, ସରକାର ଏହିପରି ଭାବେ ରିହାତି ମୂଲ୍ୟରେ ଟମାଟୋ ଯୋଗାଣ ଜାରି ରଖିବା ନେଇ ମନ୍ତ୍ରୀ କହିଛନ୍ତି ।