ବର୍ଷା ଯୋଗୁ ବାତିଲ ହେଲା ପ୍ରଥମ ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୩ଟି ଟି-୨୦ ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି । ଭୀଷଣ ବର୍ଷା ଯୋଗୁ ଟସ୍ ବି ହୋଇପାରି ନଥିଲା । ଏଥିସହିତ ସିରିଜରେ ଏବେ ବି ୨ଟି ମ୍ୟାଚ ବାକି ରହିଥିବାବେଳେ ଆଗାମୀ ମ୍ୟାଚ ନଭେମ୍ବର ୨୦ରେ ଖେଳାଯିବ ।

ସୂଚନାଯୋଗ୍ୟ, ଟି-୨୦ ୱାର୍ଲ୍ଡକପ ୨୦୨୨ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଟିମ୍ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ସେମିଫାଇନାଲରେ ଉଭୟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡ ସହ ସିରିଜ ସହ ଭାରତ ୨୦୨୪ ଟି-୨୦ ୱାର୍ଲ୍ଡକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ।