ଗୁରୁଗ୍ରାମ, ନୋଏଡା, ଫରୀଦାବାଦ ଓ ଦିଲ୍ଲୀ ଏନସିଆରରେ ଆରମ୍ଭ ହେଲା ୫ଜି ସେବା

ନୂଆଦିଲ୍ଲୀ: ରିଲାୟନ୍ସ ଜିଓ ୫ଜି ସେବା ଦିଲ୍ଲୀ ପରେ ଆଖପାଖ ସହର ଗୁରୁଗ୍ରାମ, ନୋଏଡା, ଫରୀଦାବାଦ ଓ ଦିଲ୍ଲୀ ଏନସିଆରରେ ଆରମ୍ଭ ହୋଇଛି । କମ୍ପାନୀ ଏହାପୂର୍ବରୁ ମୁମ୍ବାଇ, କୋଲକାତା, ବାରଣାସୀ, ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗଲୋର ଓ ନାଥଦ୍ୱାରରେ ଟ୍ରୁ ୫ଜି ସେବା ଆରମ୍ଭ କରିସାରିଛି । ବର୍ତ୍ତମାନ ସମୟରେ ଉଭୟ ଜିଓ ଓ ଏୟାରଟେଲ ଟେଲିକମ୍ କମ୍ପାନୀ ନିଜ ଉପଭୋକ୍ତାଙ୍କ ପାଇଁ ଦ୍ରୁତ ଗତିରେ ୫ଜି ସର୍ଭିସ ଲଞ୍ଚ କରୁଛନ୍ତି ।