ଏଏସପି ପଦୋନ୍ନତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ,ଏନ୍‌ଏନ୍‌ଏସ୍‌: ଡିଏସପିରୁ ଅତିରିକ୍ତ ଏସପି ପଦୋନ୍ନତିକୁ ନେଇ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ଏଥିସହିତ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଓପିଏସସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରମୋଟି ଡିଏସପିଙ୍କୁ ଏଏସପି ପଦୋନ୍ନତି ବିଜ୍ଞପ୍ତି ନେଇ ମାମଲା ହୋଇଥିଲା । ପ୍ରମୋଟି ଅଫିସରଙ୍କ ପଦୋନ୍ନତି ସମୟସୀମା ହ୍ରାସକୁ ନେଇ ଚ୍ୟାଲେଞ୍ଜ ହୋଇଥିଲା । ପ୍ରମୋଟିଙ୍କ କ୍ଷେତ୍ରରେ ୩ ବର୍ଷରୁ ୬ ମାସ ହ୍ରାସକୁ ଚ୍ୟାଲେଞ୍ଜ ହୋଇଥିଲା । ଓପିଏସସି ଦ୍ୱାରା ସିଧାସଳଖ ନିଯୁକ୍ତ ଡିଏସପି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରିଥିଲେ ।