୫ ପୁଲିସ ଓ ୩ ସ୍ୱାସ୍ଥ୍ୟକର୍ମୀଙ୍କ ସହ କୋରାପୁଟରୁ ୮୦ ଆକ୍ରାନ୍ତ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ଜଣ ପୁଲିସ ଓ ୩ଜଣ ସ୍ୱାସ୍ଥ୍ୟକର୍ମୀ ରହିଥିବା ଜଣାପଡ଼ିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୧୧ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୬୩ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୧୬, ଜୟପୁର ପୌରାଞ୍ଚଳରୁ ୩୦, ସୁନାବେଡ଼ା ପୌରାଞ୍ଚଳରୁ ୫, କୋରାପୁଟ ଓ ବୋରିଗୁମ୍ମା ବ୍ଲକରୁ ୩, ଜୟପୁର ବ୍ଲକରୁ ୭, ନାରାୟଣପାଟଣା ୪, ପଟ୍ଟାଙ୍ଗୀରୁ ୩, ଲକ୍ଷ୍ମୀପୁର, ବନ୍ଧୁଗାଁ ଓ ବୈପାରୀଗୁଡ଼ାରୁ ୨ ଲେଖାଏଁ, କୋଟପାଡ଼, ଲମତାପୁଟ, ନନ୍ଦପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।