ଅଗଷ୍ଟ ୪ରେ ଲଘୁଚାପ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଅଗଷ୍ଟ ୪ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅଗଷ୍ଟ ୩ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ଏହାର ପ୍ରଭାବରେ ଉପକୂଳ ଓ ପୂର୍ବ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ କୋରାପୁଟ, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ପୁରୀ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଫଳରେ ୨ ସପ୍ତାହରୁ ହୋଇଥିବା କମ୍ ବର୍ଷା ସମସ୍ୟାରୁ ମୁକ୍ତି ମିଳିବ।