୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : ମାଛକୁଣ୍ଡ ପୁଲିସ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରିଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଏନୁଗୁ ଅଞ୍ଚଳରୁ ଏକ ଟ୍ରକ୍ ଯୋଗେ କୋରାପସ୍ୱଙ୍କ ଜିଲ୍ଲାର ମାଛକୁଣ୍ଡ, ଜୟପୁର, କୋଟପାଡ଼ ଦେଇ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ଏସପି ମୁକେଶ କୁମାର ଭାମୁଙ୍କୁ ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶକ୍ରମେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ୍ ଗୁନେଇପଡ଼ା ଅଞ୍ଚଳରେ ମଙ୍ଗଳବାର ରାତିରେ ପେଟ୍ରୋଲିଂ ଆରମ୍ଭ କରିଥିଲେ। ପେଟ୍ରୋଲିଂ ସମୟରେ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିବା ଦେଖି ଟ୍ରକକୁ ଶିବ ମନ୍ଦିର ଛକରେ ଅଟକାଇ ଚେକିଂ କରିଥିଲେ। ଚେକିଂ ସମୟରେ ସେହି ଟ୍ରକରୁ ୩୨୧ କିଲୋ ୮୦୦ ଗ୍ରାମ୍ ଗଞ୍ଜେଇ ମିଳିିଥିଲା। ପୁଲିସ୍ ଉକ୍ତ ଘଟଣାରେ ଛତିଶଗଡ଼ ରାୟପୁରର ବିପୀନ୍ ମିଶ୍ରା ଓ ଅରୁଣ ଦୁବେକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।