ଗ୍ୟାସ୍ ସିଲିଣ୍ଡରେ ନିଆଁ ଲାଗି ଜଣେ ଆହତ

ରାୟଗଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ସହରର ଟ୍ରେଜେରି ପରିସରରେ ଥିବା ଏକ କ୍ୱାର୍ଟରରେ ଗ୍ୟାସ ଚୁଲାରୁ ନିଆଁ ଲାଗିଥିବା ଜଣାପଡ଼ିଛି। ଏଥିରେ ଟ୍ରେଜେରି କିରାଣୀ ନିର୍ଭୟ କୁମାର ମଲ୍ଲ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଆଜି ସଂଧ୍ୟାରେ କିରାଣୀ ନିର୍ଭୟ କୁମାର ମଲ୍ଲ ନିଜ କ୍ୱାର୍ଟର ଆସି ଗ୍ୟାସ ଚୁଲାରେ ରୋଷେଇ କରିବା ପାଇଁ ଅଗ୍ନି ସଂଯୋଗ କରିଥିଲେ। ଏହି ସମୟରେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଖବରପାଇ ଦମକଳ ବିହୀନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୌଣସି ବଡ଼ଧରଣର କ୍ଷୟକ୍ଷତି ଘଟିନଥିବା ଜଣାପଡିଛି।