ଭୁବନେଶ୍ୱରରୁ ୫୭ ନୂଆ କରୋନା ପଜିଟିଭ : ୬୦ ସୁସ୍ଥ ରାଜ୍ୟ By Nitidin Last updated Nov 18, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୫୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭ଜଣ ଓ ସ୍ଥାନୀୟ ସଂକ୍ରମଣ ୪୦ଜଣ ରହିଛନ୍ତି। ଅନ୍ୟପଟେ ୬୦ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆଜିର ୫୭ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୨୮୪କୁ ବୃଦ୍ଧି ପାଇଛି। ଅନ୍ୟପଟେ ୨୯ ହଜାର ୪୧୮ ଜଣ ସୁସ୍ଥ ହୋଇଛନ୍ତି, ୧୯୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୪୬ ଜଣଙ୍କ ଚିକିତ୍ସା ଜାରି ରହିଛି। Share