ମିଆଁମାର ସୀମାରୁ ୧୬୭ କୋଟି ଟଙ୍କାର ଡ୍ରଗ୍ସ ଜବତ

ଆସାମ: ମିଜୋରାମରେ ଆସାମ ରାଇଫଲ୍ସ ଓ ସ୍ଥାନୀୟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ପେଟିରେ ଯୋଗାଣ ହେବାକୁ ଥିବା ଡ୍ରଗ୍ସର ଏକ ବଡ଼ ବ୍ୟାଚକୁ ମିଆଁମାର ସୀମାରେ ଜବତ କରାଯାଇଛି । ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧୬୭.୮୬ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।

ଆସାମ ରାଇଫଲ୍ସର ଜଣେ ଅଧିକାରୀ କହିଛନ୍ତି ଯେ, ମେଲବୁକ ଗାଁରେ ଆସାମ ରାଇଫଲ୍ସର ସେରଛିପ ବାଟାଲିୟନ ଏବଂ ରାଜ୍ୟ ପୁଲିସ ଦ୍ୱାରା ସଂଯୁକ୍ତ ରୂପେ କରାଯାଇଥିବା ଅପରେସନ ସମୟରେ ଜଣେ ମହିଳା ପେଡଲରଙ୍କ ପାଖରୁ ଡ୍ରଗ୍ସ ଜବତ କରାଯାଇଥିଲା । ଗତ ୩ ବର୍ଷ ମଧ୍ୟରେ ଆସାମ ରାଇଫଲ୍ସ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ କରିଛି ।