ବିଦାୟୀ ମ୍ୟାଚରେ ଝୁଲଣଙ୍କୁ ଖାସ୍ ଉପହାର ଦେଲେ ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଜଗତର ସୁନାମଧନ୍ୟ ଖେଳାଳି ଝୁଲଣ ଗୋସ୍ୱାମୀ ଲର୍ଡସର ଐତିହାସିକ ପଡ଼ିଆରେ କ୍ୟାରିୟରର ଶେଷ ମ୍ୟାଚ ଖେଳୁଛନ୍ତି । ଏହି ଅବସରରେ ଅଧିନାୟିକା ହରମନପ୍ରୀତ କୌର ଝୁଲଣଙ୍କୁ ବିଶେଷ ସମ୍ମାନ ଦେଇଛନ୍ତି । ହରମନପ୍ରୀତ ଟସ ପାଇଁ ସାଥୀରେ ଝୁଲଣଙ୍କୁ ନେଇ ପଡ଼ିଆରେ ପହଞ୍ଚିଥିଲେ ।
ହରମନପ୍ରୀତ ନିଜର ଏହି ନିଷ୍ପତ୍ତି ବଳରେ ସଭିଙ୍କ ହୃଦୟ ଜିଣିଛନ୍ତି । ଟସ ସମୟରେ ଉଭୟ ହରମନପ୍ରୀତ ଓ ଝୁଲଣ ଇଂଲଣ୍ଡ ଅଧିନାୟିକା ଏମୀ ଜୋନ୍ସଙ୍କ ସହ ଛିଡ଼ା ହୋଇଥିଲେ ।

ଟସ୍ ସମୟରେ ଝୁଲଣ ଗୋସ୍ୱାମୀ କହିଥିଲେ ଯେ, ବିସିସିଆଇ, ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ, ପରିବାର, କୋଚ ଓ କ୍ୟାପଟେନ୍ ମୋତେ ଏହି ବିଶେଷ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ମୁଁ ୨୦୦୨ରେ ଇଂଲଣ୍ଡ ବିରୋଧରେ ମ୍ୟାଚ ଖେଳି କ୍ୟାରିୟର ଆରମ୍ଭ କରିଥିଲି । ଆଉ କ୍ୟାରିୟରର ଶେଷ ମ୍ୟାଚ ମଧ୍ୟ ଇଂଲଣ୍ଡ ବିରୋଧରେ ଖେଳୁଛି । ଖାସ୍ କଥାଟି ହେଲା, ଆମେ ସିରିଜରେ ୨-୦ରେ ଆଗୁଆ ଅଛୁ ।