ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳନ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ଜିଲ୍ଲା କୋଷାଗୁମଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ବିଭାଗ ତରଫରୁ ଏହାର ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଅଧକ୍ଷା ଅମିତା ରାୟ କର୍ଯ୍ୟକର୍ମରେ ପୌରହିତ୍ୟ କରିଥିଲେ। ତତ୍ ସହିତ ଅଧ୍ୟାପକ ବିବେକ କୁମାର ମହାଳିକ, ଜିଲ୍ଲା ଯୁବ ରେଡକ୍ରସ୍‌ ସଂଯାଜକ ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ଅଧ୍ୟାପକ ଦାମୋଦର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଅନୁଷ୍ଠାନର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଡ. ରବି ନାରୟଣ ପାଣିଗ୍ରାହୀ ପ୍ରଥମେ ସ୍ବାଗତ ଅଭିଭାଷଣ ଦେବା ସହ କାର୍ଯ୍ୟକର୍ମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଯୋଗଦେଇ ଜାତୀୟ ସେବା ଯୋଜନା ମାଧ୍ୟମରେ ସ୍ବେଛାସେବୀ ମାନେ ଅନେକ ଛୋଟ ବଡ଼ ମହତ୍ କାର୍ଯ୍ୟ କରି ନିଜ ଅଞ୍ଚଳର ସ୍ଥାନୀୟ ଲୋକଙ୍କର ସମସ୍ୟାର ସମାଧାନ କରିପାରିଲେ ଆଜିର କର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି ନିଜସ୍ଵ ମତ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ରାୟ ନିଜ ଅଭିଭାଷଣରେ ବିଗତ ଦିନରେ ଜାତୀୟ ସେବା ଯୋଜନା ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଅନେକ ଗୁଡ଼ିଏ ମହତ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମତପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ତତଫରୁ ଅନୁଷ୍ଠାନରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରାଯାଇଥିଲା।