୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : ନନ୍ଦପୁର ପୁଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶର ଇନ୍ଦୋର୍ ଜିଲ୍ଲା ଲୋସଡ଼ିଆମୋରି ଥାନା ନିରଞ୍ଜନପୁରର ସନ୍ଦୀପ ସିଂହ ତେଜୀ(୩୦) ଏବଂ ପଞ୍ଜାବ ସାଙ୍ଗାରୁର୍ ଜିଲ୍ଲା ବୁର୍ନାଲାର ରନଦୀପ ସିଂହ(୨୬)। ଗତକାଲି ନନ୍ଦପୁର ପୁଲିସ୍ ସବଇନ୍ସପେକ୍ଟର ବି ଆର୍ ଭତ୍ରାଙ୍କ ନେତୃତ୍ୱରେ ପେଟ୍ରୋଲିଂ କରୁଥିବାବେଳେ ଖୀଲୁଆ ଛକ ନିକଟରେ ଏକ ତେଲ ଟ୍ୟାଙ୍କରକୁ ଚେକିଂ କରିଥିଲେ। ଚେକିଂ ବେଳେ ଟ୍ୟାଙ୍କରରୁ ୫୯୬ କିଲୋ ୯୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ଜବତ ଗଞ୍ଜେଇ ପାଡୁଆ ଅଞ୍ଚଳରୁ କଲିକାତା ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିସହିତ ପୁଲିସ୍ ଅଲ୍ଲୀ ହୁସେନ୍ ନାମକ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଛି।