ଆଜି ରାଜ୍ୟରେ କରୋନାରୁ ଆରୋଗ୍ୟ ହେଲେ ଆଉ ୩୪୦୪ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମିଥିବାବେଳେ ସୁସ୍ଥ ସଂଖ୍ୟା ମଧ୍ୟ ୩ ହାଜରକୁ ଖସିଆସିଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ କରୋନାରୁ ୩୪୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୦୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୭୪, ପୁରୀରୁ ୨୮୯, ବାଲେଶ୍ୱରରୁ ୧୪୮, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୩୦, କେନ୍ଦୁଝରରୁ ୧୧୬, ବରଗଡ଼ରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୯୮, ଭଦ୍ରକରୁ ୯୨, ଜଗତସିଂହପୁରରୁ ୯୦, ଝାରସୁଗୁଡ଼ାରୁ ୮୬, ଅନୁଗୁଳରୁ ୮୩, ନୂଆପଡ଼ାରୁ ୭୭, ନୟାଗଡ଼ରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧, ବଲାଙ୍ଗିରରୁ ୭୦, ଢ଼େଙ୍କାନାଳରୁ ୭୦, ସୁନ୍ଦରଗଡ଼ରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମରୁ ୪୮, ସୋନପୁରରୁ ୪୮, ମାଲକାନଗିରିରୁ ୩୮, ବୌଦ୍ଧରୁ ୨୨, ଗଜପତିରୁ ୧୮, ଦେବଗଡ଼ରୁ ୧୧ ଓ ରାୟଗଡ଼ାରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଷ୍ଟେଟପୁଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୪ ଜଣ ସୁସ୍ଥ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ସମୁଦାୟ କରୋନା ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮ରେ ପହଞ୍ଚିଛି। ସେହିପରି ରାଜ୍ୟରେ ଆଜି ସୁଦ୍ଧା ୨ ଲକ୍ଷ ୪୬ ହଜାର ୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବାବେଳେ ସେଥିରୁ ବର୍ତ୍ତମାନ ୨୫ ହଜାର ୪୦୭ ଜଣ ଚିକିତ୍ସିତ ହେଉଛନ୍ତି।