ରାଜ୍ୟରେ ୮୦୦ ପାର୍‌ ଦୈନିକ ସଂକ୍ରମଣ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ମାଡିଲାଣି ମହାମାରୀ । ୮୦୦ ପାର କଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୦୪ ଜଣ ନୂଆ କୋରୋନା (ଉଙଠଓଊ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୭୧ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୩୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୭୧ଜଣେ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ ୩, ବାଲେଶ୍ବର ୧୧, ବରଗଡ ୧, ଭଦ୍ରକ ୯, ବଲାଙ୍ଗୀରରୁ ୫, ବୌଦ୍ଧ ୨, କଟକରୁ ୧୧୯, ଦେଓଗଡରୁ୧, ଗଜପତିରୁ ୫, ଗଜପତିରୁ ୫, ଜଗତସିଂହପୁର ୧୮, ଯାଜପୁରରୁ ୧୯, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୮, କନ୍ଧମାଳରୁ ୧, କେନ୍ଦୁଝରରୁ ୫, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୮, ନୟାଗଡରୁ୧୭, ପୁରୀରୁ ୨୮, ରାୟଗଡାରୁ ୨, ସମ୍ବଲପୁରରୁ ୩୦, ସୋନପୁରରୁ ୯, ସୁନ୍ଦରଗଡରୁ ୮୦ ଓ ଷ୍ଟେଟପୁଲରୁ ୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୬,୧୩୨ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୪୨୬୨ ସକ୍ରିୟ ମାମଲା ରହିଛି । ନୂଆ ୪୨୦ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨,୮୨,୬୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।