ମହାରାଷ୍ଟ୍ରରେ ଜୁନ ପହିଲାକୁ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: ଦେଶରେ ସବୁଠୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଲକଡାଉନ ଅବଧି ବଢ଼ାଇ ଦିଆଯାଇଛି। ଫଳରେ ମେ’ ୧୫ରେ ସରିବାକୁ ଥିବା ଲକଡାଉନ ଜୁନ ୧କୁ ବଢ଼ିଯାଇଛି। ଏଥିସହିତ କେବଳ ଜରୁରୀ ସେବା ବ୍ୟତୀତ ପୂର୍ବରୁ ଜାରି ରହିଥିବା ସମସ୍ତ କଟକଣା ଏବେ ବି ପାଳନ କରାଯିବ।

ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ଜିନିଷ ପରିପହନ କରୁଥିବା ଗାଡ଼ିରେ ଡ୍ରାଇଭର ସହ କେବଳ ଆଉ ଜଣେ ବ୍ୟକ୍ତିଙ୍କୁ ଅନୁମତି ମିଳିବ। ଏଥିସହିତ ଉଭୟଙ୍କଠାରେ କରୋନା ନେଗେଟିଭ ରିପୋର୍ଟ ଥିବା ଦରକାର। ଆଉ ରାଜ୍ୟ ଭିତରେ ମାତ୍ର ୭ ଦିନ ରହିପାରିବେ ଏହାଠୁ ଅଧିକ ହେଲେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।